ଦେଶୀ ମଦ ଜବତ : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମାଫିଆଠାରୁ ଦେଶୀ ମଦ କିଣି ସହରରେ ବିକ୍ରି କରୁଥିବା ଅନ୍ୟ ଦୁଇ ଅଭିଯୁକ୍ତକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସ୍ଥାନୀୟ ରେଲୱେ କଲୋନି ରିମ୍‌ଝିମ ବସ୍ତିର ପୱନ ମୁଣ୍ଡା(୩୦) । ଅଭିଯୁକ୍ତ ପୱନ ଝିରପାଣି ପଟୁ ରାଉରକେଲା ଏକ ଟାଟା ଇଣ୍ଡିଗୋ କାର୍‌(ଜେଏଚ୍‌-୦୫-ଭି-୨୩୮୭)ରେ ହାତରନ୍ଧା ଦେଶୀ ମଦ ଆଣୁଥିବାବେଳେ ତାକୁ କାବୁ କରିନେଇଥିଲା । ଅଭିଯୁକ୍ତ ପୱନ ପାଖରୁ ୩ ଶହ ଲିଟର ଦେଶୀ ମଦ ଜବତ ହେବା ସହ ଗୋଟିଏ କାର୍‌କୁ ମଧ୍ୟ ଜବତ କରିଛି । ପରେ ଅଭିଯୁକ୍ତର ବୟାନ କ୍ରମେ ଦୁଇ ମଦ ବେପାରି, ରେଲୱେ କଲୋନିର ଅନୀଲ ନାଗ(୨୨) ଓ ରାଜା ସାହୁ(୨୨)ଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ପୁଲିସ ।

Leave A Reply

Your email address will not be published.