jittmm
sonalika

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକମାନଙ୍କ ସୋର୍ଯ୍ୟ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରଘୁନାଥପାଲୀ ନିର୍ମଳ ମୁଣ୍ଡା ମଣ୍ତଳ ସଭାନେତ୍ରୀ ରଞ୍ଜିତା କିସପୋଟାଙ୍କ ନେତୃତ୍ୱରେ ବିଜେପି ତରଫରୁ ତ୍ରିରଙ୍ଗା ପଦଯାତ୍ରା ତିଲକା ନଗରରୁ ଆରମ୍ଭ ହୋଇ ଶୀତଳ ନଗର ଠାରେ ପହଞ୍ଚି ଥିଲା । ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏଠାରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଇ ଆତଙ୍କବାଦ ବିରୁଦ୍ଧରେ ଆମର ବୀର ପରାକ୍ରମୀ ସେନା କରିଥିବା ଅପରେସନ ସିନ୍ଦୂରର ସଫଳତାକୁ ସତ ସତ ନମନ କରିଥିଲେ । କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଧର୍ମ କଣ ବୋଲି ପଚାରି ଗୁଳିକରି ପୁରୁଷଙ୍କୁ ହତ୍ୟା କରିଥିବାରୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଏବଂ ଭାରତୀୟ ବୀର ପରାକ୍ରମୀ ସେନା ଉପଯୁକ୍ତ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ନିରଞ୍ଜନ ପଟେଲ ଓ ସବିତା ସିଂ, ମଣ୍ଡଳ ଉପସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ଶିଲା ପାତ୍ର ଓ ସଂଗ୍ରାମ ପ୍ରଧାନ, ମଣ୍ଡଳ ସମ୍ପାଦକ ମଞ୍ଜିତା ଟପୋ,ଓ ଯାହୁରା ଟିଗା, ମଣ୍ଡଳ ଯୁବା ମୋର୍ଚ୍ଚା ସଭାପତି ଗୋପାଳ ଚୌଧୁରୀ, କେଶବ ଶେଠ୍, ବିନୋଦ ସିଂ , ବର୍ଖା କୌର, ବିକାଶ ସାହୁ , କବିରାଜ ସାହୁ, ସନ୍ତୋଷ ଜେନା, ରୁବିନା ବାରିକ, ଜୟନ୍ତୀ ମେହେର, ରାଜେନ୍ଦ୍ରୀ ପ୍ରଧାନ, ସୁବାସ ସିଂ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.