ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ : ୩୪୬୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ ହୋଇଛି । ସେହିପରି ଏହି ମହାମାରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିନକ ଭିତରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଏପର୍ୟ୍ୟନ୍ତ ଦେଶରେ କରୋନା ସଂକ୍ରମଣର ମୋଟ ୨,୭୮,୯୪,୮୦୦ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୨,୫୪,୫୪,୩୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ଦେଶରେ କରୋନା ମୋଟ ୩,୨୫,୯୭୨ ଜଣଙ୍କର ଜୀବନ ନେଇସାରିଛି । ତେବେ ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ ମାମଲା ୨୧,୧୪,୫୦୮କୁ ହ୍ରାସ ପାଇଛି ।

Leave A Reply

Your email address will not be published.