ଦେଶମାତୃକାର ସେବା କରି ଆଗେଇ ନେବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ସ୍ୱାଧୀନତାର ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଭିଡ କଟକଣା ମଧ୍ୟରେ କେବଳ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଅଗଷ୍ଟ ୧୪, ୧୯୪୭ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆମେ ବ୍ରିଟିଶ ଶାସନ ଅଧିନରେ ପ୍ରଜା ଥିଲେ । କିନ୍ତୁ ଠିକ୍‌ ମଧ୍ୟ ରାତ୍ରରେ ଆମେ ମହାନ ରାଷ୍ଟ୍ର ଭାରତର ଏକ ମୁକ୍ତ ନାଗରିକ ଭାବରେ ବଞ୍ଚିବା ଆରମ୍ଭ କରିଥିଲେ । ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନକୁ ମନେପକାଇବା । ସେହି ମହାନ୍ ସଂଗ୍ରାମୀମାନେ ଯାହା ଆମକୁ ଦେଇ ଯାଇଛନ୍ତି, ତାହା ଆମେ ପରିଶୋଧ କରିପାରିବା ନାହିଁ । ତେଣୁ କରି ଆସନ୍ତୁ ଦେଶମାତୃକାର ଭଲ ଚିନ୍ତା କରି ଦେଶ ଓ ସମାଜକୁ ଆଗେଇ ନେବା ବୋଲି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ କାରୁଣ୍ୟ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ମତ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.