ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ମହିଳା ସମିତି, କ୍ଲବ, ପାଠାଗାର, ମିଡିଆ ପରିବାର, ବିଭିନ୍ନ ବଜାରରେ ଥିବା ବ୍ୟବସାୟୀ ସଂଘ ପକ୍ଷରୁ ରବିବାର ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ ସ୍ୱପ୍ନା ବଳନ୍ତରାୟ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟ ମଃୟ ମାହାନ୍ତି, ଦେବାଶିଷ ନନ୍ଦ, ସଭ୍ୟା ପୁଷ୍ପାଞ୍ଜଳି ସାମଲ, ଏସଇଓ ତପନ ଚନ୍ଦ୍ର ଦାସ, ସିଡିପିଓ ହାରାମଣୀ ନାୟକ, ମିଶନଶକ୍ତି ମହିଳା ମହାସଂଘ ସଭାପତି ବିଦ୍ୟୁଲତା ସ୍ୱାଇଁ, ସମ୍ପାଦିକା ବାସନ୍ତି ସାହୁ ସମେତ ମୁନିନ୍ଦା ପଞ୍ଚାୟତ ସମିତି ସଭ୍ୟ ଦୁର୍ଗା ଚରଣ ରାଉତରାୟ, ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ରାଉତରାୟ, ଚାଇଁପୁର ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ଶ୍ରୀପୁରୁଷତମପୁର ପଞ୍ଚାୟତ ସମିତି ସଭ୍ୟା ହରପ୍ରିୟା ପାତ୍ର, ବେରବୋଇ ସମିତି ସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳିପଡା ସମିତି ସଭ୍ୟ ବାସୁଦେବ ଜେନା, ଘନିପୁର ପଞ୍ଚାୟତ ସମିତି ସଭ୍ୟା କାଞ୍ଚନବାଳା ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସର ମହନୀୟତା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଚାଇଁପୁର ପଞ୍ଚାୟତର ଡିପ୍ଲୋମା ଇଂଜ୍ଞନିୟରୀଂ ଛାତ୍ରୀ ରୋଜି ବେହେରାଙ୍କୁ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କ ପକ୍ଷରୁ ଲାପଟପ୍ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସେହିପରି ଓଡତରାବୋଇ ଗ୍ରାମର ରାନୀ ଜେନାଙ୍କୁ କୋଭିଡ ବିଧବା ଭତ୍ତା ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ବ୍ଲକ ଅଧିକାରୀ, କର୍ମଚାରୀ, ମହିଳା ମହାସଂଘର ସମସ୍ତ ସଦସ୍ୟା ଉପସ୍ଥିତ ରହିଥିଲେ । ଏଥି ସହ ଡେଲାଙ୍ଗ ଥାନା, ଫାଣ୍ଡି, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ୟ୍ଥ କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ଡେଲାଙ୍ଗ ବରିଷ୍ଠ ନାଗରିକ ସଂଘ, ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଘୋରଡିଆ ନୋଡାଲ ହାଇ ସ୍କୁଲ, ଡେଲାଙ୍ଗ ମହତାବ ହାଇ ସ୍କୁଲ, ଶ୍ରୀପୁରୁଷତମପୁର ନୋଡାଲ ହାଇସ୍କୁଲ, ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ, ଡେଟାଙ୍ଗ ଷ୍ଟେସନ ବଜାର, ବେରବୋଇ ସରକାରୀ ହାଇସ୍କୁଲ, ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସ୍କୁଲ, କଲେକଗୁଡିକରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
