ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ହେଲେ ବାସନ୍ତୀ ସାହୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ହୋଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥିନୀ ବାସନ୍ତୀ ସାହୁ । ଗତକାଲି ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ଦୁଇ ଜଣ ପାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶେଷରେ ହରୀରାଜପୁର ସମିତି ସଭ୍ୟ ପ୍ରାର୍ଥୀନୀ ବାସନ୍ତୀ ସାହୁ ପଂଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ଡେଲାଙ୍ଗ କୋଠାବାଡ଼ ପଂଚାୟର ସମିତି ସଭ୍ୟା ପ୍ରାର୍ଥିନୀ ରମାଦେବୀ ରାଉତରାୟ ୯ ଖଣ୍ଡ ଭୋଟ ପାଇଥିବା ବେଳେ ବାସନ୍ତୀ ୧୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବ୍ଲକ ତରଫରୁ ତାଙ୍କୁ ବିଜୟୀ ଘୋଷଣା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.