ଆନ୍ତର୍ଜାତୀୟ ଖୋ ଖୋ ଖେଳରେ ଅନନ୍ୟାଙ୍କ ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବର୍ଷର କଳା ଛାତ୍ରୀ ଅନନ୍ୟା ପ୍ରଧାନ ପ୍ରଥମେ ଜାତୀୟ ଓ ପରେ ଆନ୍ତର୍ଜାତୀୟ ଖୋ ଖୋ ଖେଳରେ ଅପୂର୍ବ ସଫଳତା ପାଇଥିବା ବେଳେ ଏବେ ତାଙ୍କ ପାଖକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ସେ ଚଳିତ ବର୍ଷ ଅକ୍ଟୋବର ୧୩, ୧୪, ୧୫ ତାରିଖରେ ମାଲେସିୟାରେ ଅନୁଷ୍ଠିତ ଭାରତ ଓ ମାଲେସିୟା ଟେଷ୍ଟ ମ୍ୟାଚରେ ଖେଳି ଭାରତର ମହିଳା ଦଳ ଚମ୍ପିୟାନ ହେବା ସହ ସ୍ଵର୍ଣ ପଦକ ହାସଲ କରିଛନ୍ତି ବୋଲି ବିଦ୍ୟାଳୟର ପ୍ରିନସିପାଲ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି । ଗତ ବର୍ଷ ମଧ୍ୟ ସର୍ବଭାରତୀୟ ସ୍ତରରେ ଖୋ ଖୋ ଜୁନିଅର ଜାତୀୟ କ୍ରୀଡାର ଚୟନ ପ୍ରତିଯୋଗିତା ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ସେ ଚୟନ ହୋଇଥିଲେ । ଆନନ୍ୟାଙ୍କ ଖୋ ଖୋ କ୍ରୀଡାରେ ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ବିଦ୍ୟାଳୟର ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ତାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.