jayashree

ଦେଖେନ୍ ସୁନ୍ଦରୀ ଫଲ୍‌ସା ଫୁଲ୍‌ : ସୁଲେକେଲା ବସୁଧା ଜଳ ପ୍ରକଳ୍ପ ଅଚଳ, ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋଟି କୋଟି ଟଙ୍କା ବିନିମୟ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବସୁଧା ପ୍ରକଳ୍ପ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ସେହି ଯୋଜନାଟି ଫେଲ୍ ମାରିଛି । ଏହି ବସୁଧା ପ୍ରକଳ୍ପ ଯୋଜନାରେ ବହୁ ସ୍ଥାନରେ ପ୍ରକଳ୍ପଟି ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି । ଅନେକ ଲୋକ ଏହାର ଅଭିଯୋଗ କରିସାରିଲେଣି । କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ଏହା ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା କାହିଁକି ବୋଲି ବୁଦ୍ଧିଜୀବୀମହଳରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସୁଲେକେଲା ଗାଁରେ ରୁହନ୍ତି ସାତ ହଜାର ଲୋକ । ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହୋଇଥିଲା ବସୁଧା ପ୍ରକଳ୍ପ । ତାହାର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା ୨୦୧୬-୧୭ ମସିହାରେ । ହେଲେ ତାହା ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଲୋକଙ୍କୁ ପାଣି ଯୋଗାଉନାହିଁ, ତାହା କାଗଜପତ୍ରରେ କାମ ଶେଷ ହୋଇ ପଞ୍ଚାୟତକୁ ତାର ବିଦ୍ୟୁତ୍ ସଂଯୋଗ ବିଲ୍ ଆସିଲାଣି ବୋଲି ଆଲୋଚନା ହେଉଛି । କେବଳ ପ୍ରକଳ୍ପଟି ଦେଖେନ୍ ସୁନ୍ଦରୀ ଫଲ୍‌ସା ଫୁଲ୍‌ ସଦୃଶ ହେଉଛି ଏବଂ ଆଠ ବର୍ଷ ହେବ ଅଚଳ ହୋଇପଡିଛି । ପାନୀୟ ଜଳ ପ୍ରକଳ୍ପଟିର ମରାମତି ପାଇଁ ଗ୍ରାମବାସୀମାନେ ପଞ୍ଚାୟତ ଓ ବ୍ଳକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.