ମେଳାପୀ ଶିକ୍ଷକ ବଳଦେବ ସେଠଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣେ ଜଣାଶୁଣା ଶିକ୍ଷକ ବଳଦେବ ସେଠଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହେଉଥିଲା । ସେ କିଛି ଦିନ ହେବ ରାୟପୁରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆକସ୍ମିକ ଭାବରେ ଦେହ ଖରାପ ହେବା ଯୋଗୁଁ ନୂଆପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୩ ତାରିଖ ରାତ୍ରି ୧୦ ଘଣ୍ଟା ୩୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଦେହାନ୍ତ ହେବାର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପୀ, ନିର୍ଭିକ ଶିକ୍ଷକ ଥିଲେ । ବହୁ ସାମାଜିକ ଅନୁଷ୍ଠାନରେ ଜଡିତ ଥିଲେ । ଏବେ ସେ ତାଙ୍କ ପଛରେ ସ୍ତ୍ରୀ ଜୋତ୍ସାରାଣୀ ସେଠଙ୍କ ସହିତ ମା, ବାପା ଅବସରପ୍ରାପ୍ତ ଶିକ୍ଷକ କାଲେଶ୍ୱର ସେଠ, ବଡ଼ ଭାଇ, ଗୋଟିଏ ଝିଅ ସୁଜାତା ରାଣୀ ସେଠ, ପୁଅ ସୁମିତ ସେଠଙ୍କୁ ଛାଡି ଯାଇଛନ୍ତି । ତାଙ୍କର ଅନ୍ତିମ ସତ୍କାର ଗାଁ ମିଠାପାଲି ଶ୍ମଶାନରେ ସଂପନ୍ନ ହୋଇଥିଲା । ସ୍ୱର୍ଗତ ସେଠଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.