centurian jitm

କବି ପ୍ରଦୀପ ଶତପଥୀଙ୍କ ଅକାଳ ବିୟୋଗ : ପାଟଣାଗଡ ସାଂସ୍କୃତିକ ପରିଷଦ ପକ୍ଷରୁ ଗଭୀର ଶୋକ

nschool

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ନିବାସୀ ବେଲପଡା ବ୍ଲକ ଅଧୀନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପାଟଣାଗଡ ସାଂସ୍କୃତିକ ପରିଷଦର ଉପସଭାପତି କବି ପ୍ରଦୀପ ଶତପଥୀ(୫୮) ଆଉ ନାହାନ୍ତି । ଗତ ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ନିଷ୍କପଟ, ଦରଦୀ ହୃଦୟର ମଣିଷ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ କବିତା ସାହିତ୍ୟପ୍ରେମୀଙ୍କୁ ବେଶ୍‌ ଆନନ୍ଦ ପ୍ରଦାନ କରୁଥିଲା । ସେ ତାଙ୍କ ପତ୍ନୀ ସହ ଦୁଇ ପୁତ୍ରଙ୍କୁ ଛାଡି ଚାଲିଯାଇଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ଅପରାହ୍ଣରେ ପାଟଣାଗଡରେ ତାଙ୍କ ଅନ୍ତିମ ସତ୍କାର ହେବ ବୋଲି କୁହାଯାଇଛି । କବି ପ୍ରଦୀପଙ୍କ ଅକାଳ ବିୟୋଗରେ ସାଂସ୍କୃତିକ ପରିଷଦ, ପାଟଣାଗଡ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.