oom

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଦେହାନ୍ତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସାହୁପଡା ନିବାସୀ ଅବସରପ୍ରାପ୍ତ ପୋଲିସ ଅଫିସର କୃପାନିଧି ପଣ୍ଡାଙ୍କ ଗତକାଲି ଅପରାହ୍ନରେ ସାଲେପୁର (କଟକ) ସ୍ଥିତ ନିଜ ବାସଭବନରେ ମାତ୍ର ୬୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରୁ ସ୍ନାତକ ପରେ ପୋଲିସ ଚାକିରିରେ ଯୋଗଦାନ କରିଥିଲେ । ଚାକିରି କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଥାନା ଗୁଡିକରେ ସଫଳତାର ସହିତ କାର୍ଯ ସମ୍ପାଦନ କରି କ୍ରାଇମବ୍ରାଞ୍ଚ ଡିଏସ୍‌ପି ପଦବୀ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଗତ ବର୍ଷ ଡିସେମ୍ବର ମାସରେ ଚାକିରିରୁ ଅବସର ନେଇଥିଲେ । ସେ ଜଣେ ମେଲାପୀ, ବନ୍ଧୁ ବତ୍ସଳ ଓ ସ୍ନେହୀ ମଣିଷ ଭାବେ ସର୍ବତ୍ର ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ଆସିବା ପରେ ସାରା ସହରରେ ଶୋକର ଛାୟା ଖେଳି ଯାଇଥିଲା । ସ୍ୱର୍ଗତ ପଣ୍ଡା ତାଙ୍କ ପଛରେ ବିଧବା ପତ୍ନୀ ଓ ଏକମାତ୍ର ପୁତ୍ର ଡାକ୍ତର କୁନାଲ ପଣ୍ଡା ଓ ପରିବାର ବର୍ଗକୁ ଛାଡି ଯାଇଛନ୍ତି । ସେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବାଞ୍ଛାନିଧି ପଣ୍ତା ଓ ଗୁଣନିଧି ପଣ୍ଡାଙ୍କ କନିଷ୍ଠ ଭ୍ରାତା ଅଟନ୍ତି । ସାଲେପୁରରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ପୁତ୍ର କୁନାଲ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଶଙ୍କର ପୁରୋହିତ, ପଞ୍ଚାନନ ସାହୁ, ସରୋଜ କୁମାର ରଥ, ପ୍ରଦୀପ କୁମାର ଦୋରା, ରାଜେନ୍ଦ୍ର ଯୋଶୀ, ବିମଳ ସାହୁ, ସୌମାର୍କ୍ୟ ପଟ୍ଟନାୟକ, ସୁରେଶ କୁମାର ଚନ୍ଦ୍ରକାର, ବିଦ୍ୟାଧର ସାହୁ, ଅଶୋକ କୁମାର ବହିଦାର ଆହୁରି ତାଙ୍କର ଅନେକ ବନ୍ଧୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.