ଶୁଲିଆ ଯାତ୍ରା ମୁଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ପ୍ରସିଦ୍ଧ ଶୁଲିଆ ଯାତ୍ରାର ମୂଖ୍ୟ ପୂଜକ ବିରଞ୍ଚି କୁଅଁରଙ୍କ ରବିବାର ଦିନ ପରଲୋକ ହୋଇଯାଇଛି । ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ମଧ୍ୟ ତାଙ୍କର ଗୋଟିଏ ପୁଅର ଦେହାନ୍ତ ହୋଇଥିଲା । ମୁକୁନ୍ଦପୁର ପଞ୍ଚାୟତ ହିଲ୍ଲୀମାଲ ଗାଁର ଦେହେରୀ ପରିବାର ହେଉଛନ୍ତି ବିରଞ୍ଚି । ଶ୍ରୀ କୁଅଁରଙ୍କ ପରଲୋକ ଖବର ପ୍ରଚାରିତ ହେବା ଯୋଗୁଁ ଦେଓଗାଁ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗାଁ ମଶାଣୀରେ ତାଙ୍କର ଶେଷକୃତ ସମ୍ପୂର୍ଣ୍ଣ ହୋଇଥିଲା । ପୁଅ ନିରଞ୍ଜନ କୁଅଁର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.