ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଖଦାଳ ସାହିର ଶତାୟୁ ଧର୍ମପରାୟଣ ବ୍ୟକ୍ତି ସନ୍ୟାସୀ ପାଣୀଗ୍ରାହୀ (୧୦୩)ଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଟିକାବାଲି ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସ୍ୱର୍ଗତ ପାଣିଗ୍ରାହୀ ଟିକାବାଲି ଅଞ୍ଚଳରେ ପୂର୍ବରୁ ଜଣେ ଜଣାଶୁଣା ରୋଷେୟା କାରିଗର ଭାବରେ ବେଶ ପରିଚିତ ଥିଲେ । ଟିକାବାଲି ମେଡିକାଲକୁ ଦୁର ଦୁରାନ୍ତରୁ ଲୋକମାନେ ଚିକିତ୍ସା ହେବା ପାଇଁ ଆସନ୍ତି ଯଦି କୌଣସି ଅସୁବିଧା ହେବା ବିଷୟ ତାଙ୍କ ନଜରକୁ ଆସିଲେ ସେ ସହାୟତାର ହାତ ବଢ଼ାଉଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୫ ପୁଅ, ବୋହୂ, ନାତିନାତୁଣୀଙ୍କ ସମେତ ପାଣିଗ୍ରାହୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସନ୍ୟାସୀଙ୍କର ନିକଟସ୍ଥ ସାଲୁଙ୍କି ନଦୀରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା ।