
ବଲାଙ୍ଗିର, (କେପିଏନ୍ଏସ୍) : ମଙ୍ଗଳବାର ରାତ୍ର ପ୍ରାୟ ୨ଘଣ୍ଟା ସମୟରେ ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ନିଜସ୍ୱ ଏବିଏସଏସ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହେଉଥିଲା । ସେ ଜଣେ ବଳିଷ୍ଠ ସଂଗଠକ, ପରୋପକାରୀ, ଅମାୟିକ ବ୍ୟକ୍ତିତ୍ଵ ଥିଲେ । ଏବିଏସଏସ ପଡା ଶୀତଳ ଷଷ୍ଟି ଆୟୋଜନରେ ସେ ମୂଖ୍ୟ ପୁରୋଧା ଥିଲେ । ବିଗତ କିଛି ବର୍ଷ ହେବ ସେ କର୍କଟ ରୋଗରେ ପୀଡିତ ଥିବା ବେଳେ ଘରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ରାତି ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା । ଶେଷ ସମୟରେ ସ୍ତ୍ରୀ, ପୁଅ, ବହୁ ଓ ନାତୁଣୀ ଉପସ୍ଥିତ ଥିଲେ । ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକାର ମହଲ ରହିଛି । ତାଙ୍କର ବିୟୋଗରେ ଏବିଏସଏସ କ୍ଲବର ସଦସ୍ୟମାନେ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରିବା ସହ ଆମର ଆତ୍ମାର ସଦଗତି କାମନା କରିଛନ୍ତି । ତେବେ ସ୍ୱର୍ଗତ ସାହୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଜାରି ରଖିବାକୁ ସମସ୍ତ ସଭ୍ୟ ସଂକଳ୍ପ ଗ୍ରହଣ କରିଥିବା ସୂଚନା ମିଳିଛି ।