
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୈଚିତ୍ରମୟ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବମୁଖର ହୋଇଉଠିଛି । ଐତିହାସିକ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ପରିଲକ୍ଷିତ ହୋଇଛି । ଶାଶୁ ଘରୁ ବାପା ଘରକୁ ଆସିଛନ୍ତି, ମାଆ ସାଆନ୍ତାଣୀ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ, ତେଣୁ ଏଠାରେ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଚଳିତ ୨୮ ତାରିଖରେ ଉଦ୍ଯାପିତ ହେବ ବୋଲି କୁହାଯାଏ । ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯେତେ ପାଖେଇ ଆସୁଛି, ଭକ୍ତଙ୍କ ସମାଗମ ଗହଳ ଚହଳ ଆଦି ବୃଦ୍ଧି ପାଉଛି, ସେତିକି ପରିମାଣରେ ଅଧିକାରୁ ଅଧିକ ଉତ୍ସଵ ମୁଖର ହୋଇଉଠିଛି, ଦେଶ୍ ବେହେରା ସାହିରେ ଗହଳ ଚହଳ ଲାଗି ରହିଛି । ଗତ ମଙ୍ଗଳବାର ଠାରୁ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଲାଗିଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ସହଯୋଗରେ ପୋଲିସ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଦେବୀଙ୍କ ଯାତ୍ରା ଖୁବ୍ ଚିତ୍ତାକର୍ଷକ ପ୍ରଦର୍ଶନରେ ସୁରୁଖୁରେ ସମ୍ପନ୍ନ ହୋଇଆସିଛି । ଭକ୍ତଜନ ଶୁଙ୍ଖଳିତ ଦର୍ଶନ ଲାଭ କରିଛନ୍ତି । ଆଜି ଗୁରୁବାର ହେତୁ ପ୍ରାତଃକାଳୀନ ସମୟରୁ ଦେବୀଙ୍କ ଦର୍ଶନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ରାଜବାଟିରୁ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗି ପ୍ରବଳ ଭିଡ ଲାଗି ରହିଥିଲା ।