ଗଞ୍ଜାମ ସହରରେ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଗଞ୍ଜାମ ସହରରେ ରହିଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବଡବଜାର ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ରତ୍ନବେଦୀରୁ ସ୍ନାନମଣ୍ଡପକୁ ପହଣ୍ଡି କରି ପାଛୋଟି ଅଣାଯାଇ ସ୍ନାନ କରାଯାଇ ହସ୍ତୀ ବେଶରେ ସୁସଜ୍ଜିତ କରାଯାଇଥିଲା । ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା । ସେହିପରି ସହରସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର, ଧର୍ମଶାଳା ଜଗନ୍ନାଥ ମନ୍ଦିର, ଚୌଧୁରୀ ସାହିରେ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିଲା ।

Leave A Reply

Your email address will not be published.