oom

ଚାଲିଗଲେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ପୁଲିସ ବିଭାଗର ଅତିରିକ୍ତ ଡିଜି ଦେବାଶିଷ ପାଣିଗ୍ରାହୀ(୫୬) ଚାଲିଗଲେ । ଗତ ରାତିରେ କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ବିଶିଷ୍ଟ ସାହିତ୍ୟିକ ଭାବେ ମଧ୍ୟ ସ୍ୱର୍ଗତ ଦେବାଶିଷ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ମେ’୨୯ରେ ସେ କରୋନା ଆକ୍ରାନ୍ତ ହେବା ପରେ କଟକ ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ଗତ ୮ ତାରିଖ ଦିନ ଉଚ୍ଚ ଚିକିତ୍ସା ପାଇଁ କୋଲକୋତା ନିଆଯାଇଥିଲେ ବି ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି । ଶେଷରେ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ, ପୁଲିସ ବିଭାଗର ଅତିରିକ୍ତ ଡିଜି ତଥା ବିଶିଷ୍ଟ ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀ ଇହଲୋକ ତ୍ୟାଗ କରିଛନ୍ତି । ୧୯୯୧ରେ ସେ ଭାରତୀୟ ପୁଲିସ ସେବା(ଆଇପିଏସ୍‌)ରେ ଯୋଗଦାନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସ୍‌ପି ଭାବେ ଦାୟିତ୍ୱ ବହନ କରିଥିଲେ ତଥା ପରବର୍ତ୍ତୀ ସମୟରେ ରାଜ୍ୟ ସ୍ତରରେ ପୁଲିସ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.