ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିନୋଟି ବ୍ଲକ୍ ଡେଲାଙ୍ଗ, କଣାସ, ଓ ଜଟଣୀର ପ୍ରାୟ ୪୦ଟି ମୌଜାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ଏବଂ ଶୀଘ୍ର ସେତୁ ନିର୍ମାଣ ହେଲେ ଯାତାୟତ ସୁବିଧା ସହ ସ୍ଥାନୀୟ ଅଚଂଳର ବିକାଶ ଦ୍ୱାରା ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଓଡିଶା ସରକାରଙ୍କ ଗ୍ରାମ୍ୟ ବିଭାଗ ପକ୍ଷରୁ ଏହି ଦୟା ସେତୁ ନିର୍ମାଣର ଭିତି ପ୍ରସ୍ତର ତା,୧୫-୦୨-୨୦୧୪, ହୋଇଥିବା ବେଳେ ଏହାର ନିରୁପିତ କାର୍ଯ୍ୟ ଦିବସ ତା୧୮-୦୫-୨୦୧୫ ରିଖରେ ଆରମ୍ଭ ହୋଇଥିଲା ।
ଏହାର ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ଦିବସ ତା୧୭-୦୫-୨୦୧୭ ହୋଇଥିବା ବେଳେ, ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ, ଦୁଃଖ ପରିତାପର ବିଷୟ ଯେ ଏ ପର୍ଯ୍ୟନ୍ତ ସେତୁ ନିର୍ମାଣର ଅଧା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରିନାହିଁ । ଯାହାଫଳରେ ଗମନାଗମନ ବ୍ୟାହତ ହେବା ସହ ଅଚଂଳର ବିକାଶରେ ପ୍ରତିବନ୍ଧକ ହୋଇଛି । ବର୍ଷାଦିନେ ନଦୀରେ ବନ୍ୟା ହେତୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିିଁଛନ୍ନ ହୋଇଥାଏ । ଏଥି ଯୋଗୁଁ ବହୁବର୍ଷ ଧରି ଦୁର୍ଦ୍ଦଶାରେ ପଥଚାରୀମାନେ ଗର୍ଭବତୀ ମହିଳା,ସ୍କୁଲ,କଲେଜ୍ ଛାତ୍ରଛାତ୍ରୀ,ରୋଗୀ, ଶ୍ରମିକ ଏହି ପ୍ରାକୃତିକ ବିପର୍ଯୟ ସମୟରେ ସାଧାରଣ ଜନତା ନାହିଁନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ।ଏହାର ନିର୍ମାଣରେ କତୃର୍ପକ୍ଷ ଅବହେଳା, ଅହେତ୍ୟୁକ ବିଳମ୍ବ ଓ ନିର୍ମାଣଶୈଳୀ କାର୍ଯ୍ୟ ସଠିକ ହେଉନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ମାନ୍ୟବର ମୂଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ସେତୁନିର୍ମାଣକୁ ତ୍ୱରାନିତ କରିବାକୁ ଅଚଂଳବାସୀ ଦାବୀ ଜଣାଇଛନ୍ତି ।