oom

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ପଦ୍ମପୁର ବିଇଓ ଅଫିସ୍ ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଡିଓ ଦେବାଶିଷ ସିହ୍ନା ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଆନ୍ତର୍ଜାତିକ ଚେସ୍ ଖେଳାଳୀ ତଥା ଓଡ଼ିଶା ମାଇନିଙ୍ଗ କର୍ପୋରେସନର ଡେପୁଟି ମ୍ୟାନେଜର ସୌନ୍ଦର୍ଯ୍ୟ ପ୍ରଧାନ ଦିବ୍ୟାଙ୍ଗ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ସବୁଥିରେ ସକ୍ଷମ ତାହା ପ୍ରମାଣିତ କରି ସମସ୍ତଙ୍କର ମନ ଜିଣି ନେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କେଶରଞ୍ଜନ ପ୍ରଧାନ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦାନ୍ କରିଥିଲେ । ଏହି ସଭାରେ ଏବିଇ ଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବିଶିକେସନ ଶତପଥୀ ଉପସ୍ଥିତ ଥିଲେ । ସଭା ଆରମ୍ଭରୁ ଅତିଥିମାନଙ୍କ ଦ୍ୱାରା ମା’ସମଲେଇ ଓ ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଥମେ ଶପଥ ପାଠ କରାଯାଇଥିଲା ଓ ବିଆରଟି ଶ୍ରୀ ଭଗବାନ ତରିଆ ବାର୍ଷିକ ବିବରଣୀ ପଠନ କରିଥିଲେ । ସମସ୍ତ ବକ୍ତା ନିଜ ନିଜର ବକ୍ତବ୍ୟରେ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବ୍ଲକରେ ଥିବା ୪ ଜଣ ଦିବ୍ୟାଙ୍ଗ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ତାଙ୍କର ନିରବଚ୍ଛିନ୍ନ ସେବା ନିମନ୍ତେ ସମ୍ମାନୀତ କରାଯାଇଥିଲା । ସମଗ୍ର ଶିକ୍ଷା ବରଗଡ଼ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରସାମ୍ୟ, ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ ଓ ମିଉଜିକ୍ ଚେୟାର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଆରଟି ପ୍ରଭାତ ସାହୁ ଓ ଶ୍ରୀ ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଦିଲୀପ ଭୋଇ ଓ ସୁରେଶ ଚୌହାନ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ଆଶିଷ ବୈକାର, ସଞ୍ଜୟ ପଟେଲ, ରବି ନାରାୟଣ ପଣ୍ଡା, ସଞ୍ଜୀବ ବାରିକ, ବୀର କିଶୋର ସାହୁ, ଜଗଦାନନ୍ଦ ତୁରିଆ, ମନୋଜ ସାହୁ ଓ ବ୍ଲକର ସମସ୍ତ ସି.ଆର୍ .ସି .ସି ତଥା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ । ପରିଶେଷରେ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିରୋଜ ଦୋରା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥଲେ ।

jittmm
Leave A Reply

Your email address will not be published.