ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସରେ ଶିଶୁ ଓ ମହିଳା ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକାରିଣୀ କମିଟିର ସଭାପତି ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସଭାପତିତ୍ୱରେ ଏବଂ କଲେଜ ଅଧ୍ୟକ୍ଷଙ୍କର ଉପସ୍ଥିତିରେ ଆଜି ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର ଉପସ୍ଥିତିରେ ଆଜି ସଭା ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଉପନିବନ୍ଧକ ପଦ୍ମନାଭ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.