oum

୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲେ ଟିଟଲାଗଡ ଡିଏଭି କଲେଜରେ

jsm

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟଲାଗଡ ଡିଏଭି କଲେଜରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଖବର ପାଇବା ପରେ ଡିଏଭି କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର କ୍ୟାମ୍ପ କରି ପରୀକ୍ଷା ଆରମ୍ଭ କରାଯାଇଛି । ଏବେ ପର୍ଯ୍ୟନ୍ତ ୬୦ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜଣାପଡିଛି । ଏନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।ଆଣ୍ଟିଜେନ ପରୀକ୍ଷାରେ ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ତାଙ୍କ ଆର୍‌ଟିପିସିଆର୍‌ ରିପୋର୍ଟ ଆସିବା ଯାଏଁ ୧ ସପ୍ତାହ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.