jayashree

ଟିଟିଲାଗଡ ମାଉସି ମା’ ଦୂର୍ଗାପୂଜାର ଦଶମୀ ପୂଜା, ସିନ୍ଦୂର ଖେଳା ସହ ଘଟ ବିସର୍ଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଉସି ମା’ ମନ୍ଦିରର ଚଳିତ ବର୍ଷ ୮୭ତମ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ସକାଳେ ଦଶମୀ ପୂଜା ସରିବା ପରେ ଦ୍ୱିପହରରେ ମା’ଙ୍କ ଭକ୍ତ ମାନେ ପ୍ରତିବର୍ଷ ଭଳି ଏ ବର୍ଷ ଆନନ୍ଦ ଉଲ୍ଲାସର ସହ ସିନ୍ଦୂର ଖେଳ ଖେଳିଥିଲେ । ଯାହାକି ବଙ୍ଗାଳି ପରମ୍ପରାର ଏକ ଝଲକ । ପୂଜାରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ନିଜ ନିଜ ଭିତରେ ସିନ୍ଦୁର ବୋଳା ବୋଳି ହୋଇ ମା’ ଜଗତ ଜନନୀଙ୍କୁ ବିଦାୟ ଦେଇଥାନ୍ତି । ଏହି ଖେଳ ସରିବା ପରେ ମା’ଙ୍କ ଘଟକୁ କର୍ତ୍ତା ଏବଂ କମିଟିର ସଦସ୍ୟ ମାନେ ନେଇ ଜଳରେ ବିସର୍ଜନ କରିଛନ୍ତି । ପୁଣି ଅପେକ୍ଷା ଆଗାମୀ ବର୍ଷକୁ, ମା’ଙ୍କ କୃପା ସମସ୍ତଙ୍କ ଉପରେ ରହୁ ଏବଂ ନଗରବାସୀଙ୍କ ଉନ୍ନତି ହେଉ ଏହି କାମନା କରି ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମାଉସୀ ମା’ ମନ୍ଦିରର ଦୁର୍ଗା ପୂଜା କମିଟି ।

Leave A Reply

Your email address will not be published.