oum

ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

jsm

ଚମ୍ପୁଆ : ଏକ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସରୋଜ କୁମାର ଦାସ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର କୁନାଲ ମହାନ୍ତ (୨୭)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅର୍ଶଳା ଗ୍ରାମର କୁନାଲ ରାଇଗୋଡ଼ି ଗ୍ରାମର ଲିଲିମଣି ମହାନ୍ତ (୨୫)ଙ୍କୁ ୨୦୧୯ରେ ବିବାହ କରିଥିଲେ । ପରିବାର ପକ୍ଷରୁ ସକ୍ଷମ ଅନୁସାରେ ବିବାହ ସମୟରେ ଯୌତୁକ ଦିଆଯାଇଥିଲା । ପରେ ଶ୍ୱଶୁର ଘର ପକ୍ଷରୁ ଏକ ବାଇକ୍‌, ପାୱାରଟିଲର ଓ ୧ ଲକ୍ଷ ଟଙ୍କା ଆଣିବାକୁ ଲିଲିମଣିଙ୍କ ଉପରେ ଚାପ ପକାଯାଉଥିଲା । ୨୦୨୦ ଫେବ୍ରୁଆରି ୧୬ ତାରିଖ ରାତିରେ କୁନାଲ ଓ ତାଙ୍କ ମା’ ଅଇଲା ମହାନ୍ତ ଲିଲିମଣିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ତାଙ୍କ ଲିଲିମଣିଙ୍କ ମା’ ଦମୟନ୍ତୀ ମହାନ୍ତ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ । ମୃତ୍ୟୁ ବେଳକୁ ଲିଲିମଣି ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଝୁମ୍ପୁରା ଥାନାରେ କେସ୍‌ ନମ୍ବର ୫/୨୦ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୁଲିସ ସ୍ୱାମୀ କୁନାଲକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜ କୁମାର ଦାସ ଦୋଷୀ କୁନାଲ ମହାନ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦୟେ ଅଧିକ ୬ ମାସ ଜେଲ୍‌ ବୋଲି ରାୟ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.