ସଇଁତଲା, (କେପିଏନ୍ଏସ୍) : କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୩ ବର୍ଷ ହେବ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ (ନୂଆଁ ଭଦ୍ରା) ଫପସି ଆର୍ସିବି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫପସି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସ୍ଥାନୀୟ ସରପଞ୍ଚ ମନେଶ ସୁନା, ସମିତି ସଭ୍ୟା ଅମ୍ରିତା ଦୀପ, କେରମେଲି ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଅଶୋକ ସାହୁ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ଧରଫଗଡ଼ ସରପଞ୍ଚ ପୁଷ୍ପାଞ୍ଜଳୀ ପଣ୍ଡା, କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା, ଧରପଗଡ଼ ସମିତି ସଭ୍ୟ ରାକେଶ ନାଏକ, କେରମେଲି ନବୀନ ରଣା, ସାମ୍ବାଦିକ ସଂଘ ସଭାପତି ତରୁଣ ବେହେରା, ସାମ୍ବାଦିକ ପ୍ରଦୀପ ବାଗ, ବିଶ୍ୱାଳ ଅଗ୍ରୱାଲ, ସାମ୍ବାଦିକ ତଥା କଣ୍ଠଶିଳ୍ପୀ ଅଜିତ କୁମାର ସାହୁ ଆଲୋକ ସାହୁ, କୃଷ୍ଣ ଗୋପାଳ ଦାସ, ଗୋକୁଳାନନ୍ଦ ବଗର୍ତ୍ତୀ ପ୍ରମୁଖ ମଞ୍ଚାସିନ ଥିଲେ । ସମ୍ବଲପୁରୀ ଡାଲଖାଲ, ମାଏଲାଜଡ଼, ରସରକେଲି ଗୀତର ତାଳେ ତାଳେ ଝୁମିଥିଲେ ହଜାର ହଜାର ଦର୍ଶକ । ଏହି କାର୍ଯ୍ୟକ୍ରମରେ ରୋହିତ ମହାନନ୍ଦ ଓ ତରୁଣ ସୁନା ମଞ୍ଚ ପରିଚାଳନା କରିଥିଲେ । ପଶ୍ଚିମ ଓଡିଶାରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାରକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଥିବା ବେଳେ ଶେଷରେ ମନେଶ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post