ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜେ.ଏସ.ଏମ୍. କଲେଜ୍ ଅଫ୍ ଆର୍ଟ୍ସ୍, ସାଇନ୍ସ ଏଣ୍ଡ କମର୍ସର ଛାତ୍ରଛାତ୍ରୀମାନେ ବସ୍ଲାଙ୍ଗିୀରର “ମୀରା ସଷ୍ଟେନେବଲ୍ ସର୍ଜ୍ ପ୍ରାଇଭେଟ୍ ଲିମିଟେଡ୍” ନାମକ ଛୋଟ ଶିଳ୍ପ ଏକକକୁ ପରିଦର୍ଶନ କରିବାର ସୁଯୋଗ ପାଇଲେ । ଏହି ଶିଳ୍ପଦର୍ଶନରେ କଲେଜ୍ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ପ୍ରଧାନ ଶିକ୍ଷୟତ୍ରୀ ଡା. ମନସମିତା ମିଶ୍ର ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ଛାତ୍ରଛାତ୍ରୀମାନେ କାରଖାନାର ବିଭିନ୍ନ ୟୁନିଟ୍ ଦେଖିଥିଲେ ଏବଂ ପ୍ରାୟୋଗିକ ଅନୁଭବ ସଂଗ୍ରହ କରିଥିଲେ । ପରେ ଶିଳ୍ପର ନିର୍ଦ୍ଦେଶକ ତପସ କୁମାର ଦାସଙ୍କ ସହିତ ବିଶେଷ ଆଲୋଚନା ସଭା ଆୟୋଜିତ ହୋଇଥିଲା । ସେ ଛାତ୍ରମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ଏବଂ କିପରି ଏହି ଶିଳ୍ପ ଅବଶିଷ୍ଟ ସାମଗ୍ରୀକୁ ବ୍ୟବହାର କରି ପେପର୍ ପ୍ଲେଟ୍ ଓ ଅନ୍ୟାନ୍ୟ ଉତ୍ପାଦନ କରି ତାହା କିପରି ବିଦେଶକୁ ରପ୍ତାନି ହେଉଅଛି, ତାହା ସ୍ପଷ୍ଟ କରିଥିଲେ । ଏହି ସମୟରେ ସିଏ ଶ୍ରୀକାନ୍ତ ଶର୍ମା ମଧ୍ୟ ଛାତ୍ରଛାତ୍ରୀଙ୍କ ଅନେକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ଓ ସେମାନଙ୍କୁ ନୂଆ ଚିନ୍ତାଧାରା, ଉଦ୍ୟମିତା ଓ ସଷ୍ଟେନେବଲ୍ ପ୍ରୟାସ ପାଇଁ ପ୍ରେରିତ କରିଥିଲେ । ପୁଣି ଏହି ପ୍ରକାର ଏକ ଶିଳ୍ପ ବଲାଙ୍ଗିର ମଧ୍ୟରେ ରହି କାର୍ଯ୍ୟକରୁ ଥିବାରୁ ବଲାଙ୍ଗିର ନିମନ୍ତେ ମଧ୍ୟ ଏକ ଗର୍ବର ବିଷୟ ଅଟେ । ଛାତ୍ରଛାତ୍ରୀମାନେ ଏହି ଶିଳ୍ପଦର୍ଶନରୁ ବହୁତ୍ କିଛି ଶିଖିଥିଲେ ଓ ଆନନ୍ଦିତ ହୋଇଥିଲେ । ସେମାନେ ଶିଳ୍ପ ପରିଚାଳନା ପକ୍ଷ, କଲେଜ୍ ଅଧ୍ୟକ୍ଷ ଏବଂ ପ୍ରାଚାର୍ଯ୍ୟଙ୍କୁ ଏହି ସୁଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।
