ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ୨୬ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱିଦିବସୀୟ ଏକକ ଅଭିନୟ ଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିନରେ ୩୦ ବର୍ଷରୁ କମ ବୟସ୍କ ଅଭିନେତା ଅଭିନେତ୍ରୀ କୋଏଲ, ଶଙ୍ଖ, ସରସ୍ଵତୀ ଭାବେ ୩ ଭାଗରେ ବିଭକ୍ତ ହୋଇ ଅଭିନୟ କରିଥିଲେ । କୋଏଲ ବିଭାଗରେ ପ୍ରୀତମ କୁମାର ରଣା, ସାଇ ସିଦ୍ଧାର୍ଥ ଦାସ, ଶାଶ୍ୱତୀ ମହନ୍ତ, ଦେବଲୀନା କୁଣ୍ଡୁ, ଓମକାର ଜେନା, ଦେବସ୍ମିତା ପଟ୍ଟନାୟକ, ଅମୀଶା ମିଶ୍ର, ଶ୍ରୀକାନ୍ତ ନନ୍ଦ, ବିଶ୍ୱଜିତ ମହାପାତ୍ର, ଶୁଭସ୍ମିତା ମହାନ୍ତି, ସୋନାଲି ମହାରଣା, ସ୍ୟାମ୍ୟଜିତ ଭାରତୀ, ତନୁସୌମ୍ୟ ହୋତା, ଶଙ୍ଖ ଗୃପରେ ସୁଜଲ ମହାନନ୍ଦ, ଅପର୍ଣ୍ଣା ପଣ୍ଡା, ସୌରଭ ମହାନନ୍ଦ, ଓମ୍ ନିଖିଲ ସାହୁ, ଗୁନଗୁନ ମହାପାତ୍ର, ଶ୍ରେୟଶ୍ରୀ ମହାନ୍ତି, ରିଶିତୋଷ ମହାନ୍ତି, ଦେବିଶିଷ ହୋତା, ପ୍ରିୟାଂଶୁ ନାୟକ, ହରପ୍ରିୟା ମହାରଣା, ଶିବାନୀ ମହାନ୍ତି, ଇନ୍ଦ୍ରଜିତ ରାଉଳ, ସୁଶ୍ରୀପ୍ରିୟା ମିଶ୍ର, ଶୃତିଶ୍ରୀ ଜେନା ଓ ସରସ୍ଵତୀ ଗୃପରେ କୁଇନ ଦାସ, ଅଭିଜିତ ସାହୁ, ସାଗୁନ ବାରିକ, ସୁଲିପ୍ତା ଜେନା, ଅଞ୍ଜଳି କୁମାରୀ ସିଂହ, ରୋହିତ ଜଗଦଲା, ସ୍ମାରକ ଅନୁରାଗ ବାରିକ, ପ୍ରିୟଙ୍କା ପଲେଇ, ସୌରଭ ମିଶ୍ର, ଚିନ୍ମୟ ତ୍ରିପାଠୀ, ସୌରାଜ ଉପାଧ୍ୟାୟ ପ୍ରମୁଖ ଏକକ ଅଭିନୟ କରିଥିଲେ । ବିଚାରକ ଭାବେ ଏଲ୍ ଏନ୍ ପଟ୍ଟନାୟକ, ଡ଼ଃ ସଞ୍ଜୟ ହାତୀ, ପ୍ରଶାନ୍ତ କୁମାର ପତି ଦାୟିତ୍ଵ ତୁଲାଇଥିଲେ । ସେହିପରି ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ଏନ ଏସ ଡି ର ଅଭିନେତା ତଥା ନିର୍ଦ୍ଦେଶକ ଜଗନ୍ନାଥ ସେଠ୍ ଅତିଥି ଭାବେ ଯୋଗଦେଇ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ମତ ରଖିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ସେହିପରି ଦ୍ୱିତୀୟ ଦିବସରେ ୩୦ ବର୍ଷରୁ ଅଧିକ କଳାକାର କୋଏଲ ତରଫରୁ ସର୍ବଶ୍ରୀ ବିଜୟ କୁମାର ଦାସ, ଲଳିତ କୁମାର ଦାଶ, ସତ୍ୟ ନାରାୟଣ ପ୍ରଧାନ, ଆନନ୍ଦ ବାଗ୍, ସୌମ୍ୟ ରଞ୍ଜନ ଲେଙ୍କା, ଶଙ୍ଖ ଗୃପ ତରଫରୁ ବବି ମହାଳିକ, ପଞ୍ଚାନନ ପାତ୍ର, ରାମ ମହାରଣା, ସନ୍ଧ୍ୟାରାଣୀ ଦାଶ, ପ୍ରିତୀ ବାରିକ, ମନୋରଞ୍ଜନ ବକ୍ସି, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରତ୍ୟାଶା ପ୍ରଣଦିତା ପାଣି, ଅଲିଅଳ ବେହେରା, ପ୍ରତାପ କୁମାର ନାୟକ, ମାନସୀ ମହାପାତ୍ର, ପ୍ରଳୟ ଶତପଥୀ, ଶିବ ପ୍ରସାଦ ମହାନ୍ତି, ସନ୍ତୋଷିନୀ ବାରିକ, ସରସ୍ଵତୀ ଗୃପ ତରଫରୁ ପ୍ରଶାନ୍ତ କୁମାର ପତି, ଡ ସତ୍ୟ ମିଶ୍ର, ଜୟନ୍ତ ମହାପାତ୍ର, ଆଲୋକ ରଞ୍ଜନ ବୋଷ, ବିଚିତ୍ରାନନ୍ଦ ସାହୁ, ନିକୁଞ୍ଜ ରାଉତରାୟ, ଗଙ୍ଗାଧର ରାଉତ, ନୀତା ଗୋସ୍ୱାମୀ, ଗଙ୍ଗାଧର ଜେନା, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ପ୍ରମିଳା ଜେନା, ପ୍ରସନ୍ନ କୁମାର ମହାନ୍ତି, ପ୍ରଣବ କୁମାର ପାଣିଗ୍ରାହୀ, କିଶୋରୀ ମୋହନ କର, ବନ୍ଦିତା ମହାନ୍ତି ପ୍ରମୁଖ ଏକକ ଅଭିନୟରେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସରେ ଆରଏସପିର ମୁଖ୍ୟ ମହାପ୍ରବନ୍ଧକ ବିଜୟ କୁମାର ଯୋଯୋ, ଏନଏସଡିର ଅଭିନେତା ତଥା ନିର୍ଦ୍ଦେଶକ ଜଗନ୍ନାଥ ସେଠ ଓ ପ୍ରାକ୍ତନ ଆରଏସପି ମହାପ୍ରବନ୍ଧକ ଅଭୟ କୁମାର ଦାସ ଅତିଥି ଭାବେ ଯୋଗ ବକ୍ତବ୍ୟ ରଖିଥିଲେ । ଏକତ୍ରର ସଭାପତି ରାଜୀବ ପାଣି, ଉପସଭାପତି ଆଲୋକ ବୋଷ, ରମେଶ ମହାନ୍ତି, ବିଲୋଚନ ପାତ୍ର ଓ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର, ସାଂସ୍କୃତିକ ସମ୍ପାଦକ ପ୍ରବୀର କୁମାର ଜେନା, ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, କଲ୍ୟାଣୀ ଦାସ, ବବି ମହାଳିକ, ପ୍ରସନ୍ନ ମହାନ୍ତି, ସୁଦେଶ ନାୟକ, ଦିଲ୍ଲିପ ମହାନ୍ତି, ପ୍ରଳୟ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟତମ ଅତିଥଭାବେ ସହରର ବିଶିଷ୍ଟ ସାହିତ୍ୟିକ, ସାଂସ୍କୃତିକ ପ୍ରେମୀ ମାନେ ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଓ ଆରଏସପି ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଅତିଥି ଭାବେ ଯୋଗଦେଇ ଏହି ଦ୍ୱିଦିବସୀୟ ଏକକ ଅଭିନୟରେ କୃତିତ୍ୱ ହାସଲ କରିଥିବା ଶୁଭସ୍ମିତା ମହାନ୍ତି ପ୍ରଥମ, ସୁଜଲ ମହାନନ୍ଦ ଦ୍ବିତୀୟ, ତନୁସୌମ୍ୟା ହୋତାଙ୍କୁ ତୃତୀୟ ପୁରସ୍କାର ଓ ଜୁରୀ ପୁରସ୍କାରରେ ଶ୍ରୀକାନ୍ତ ନନ୍ଦ, ପ୍ରିତମ କୁମାର ରଣା, ପ୍ରିୟାଂଶୁ ନାୟକ, ଶୃତିଶ୍ରୀ ଜେନା, ଶିବାନୀ ମହାନ୍ତି, ରୋହିତ ଜଗଦଲା, ସୋନାଲି ମହାରଣା ପ୍ରମୁଖ ୭ ଜଣ ଅଭିନେତା ଅଭିନେତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହା ସହ ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତି ସଂଯୋଜନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post