
ଭୁବନେଶ୍ୱର : ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବଢ଼ାଇଛନ୍ତି ସରକାର । ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗ୍ରାଣ୍ଟ-ଇନ୍-ଏଡ୍ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ବଢ଼ିବା ସହ ପିଛିଲା ଭାବେ ୨୦୨୨ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର ୧୫, ୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ବର୍ଦ୍ଧିତ ଦରମା ପାଇଁ ସରକାର ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ କରିବେ । ସେହିପରି ୨ଟି ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ମୋଟ୍ ୧୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ୫ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।