jayashree

ବାହାର ରାଜ୍ୟକୁ ଦାଦନ ଖଟିଯିବା ପାଇଁ ଦରଖାସ୍ତ ଦେଲେ ସମିତି ସଭ୍ୟା

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବାହାର ରାଜ୍ୟକୁ ଦାଦନ ଖଟିଯିବା ପାଇଁ ଦରଖାସ୍ତ ଦେଇଛନ୍ତି ଧୂମାଭଟା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସବିତା ଭୁଏ । ଏହି ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମ ପଞ୍ଚାୟତର । ସୂଚନା ଅନୁସାରେ ଏଠିକାର ସମିତି ସଭ୍ୟା ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିଯିବା ପାଇଁ ଦରଖାସ୍ତ ଦେଇଛନ୍ତି । କାରଣ ସେ ୨୦୨୨ ମସିହାରେ ବହୁ ଜନମତରେ ବିଜୟ ଲାଭ କରିଥିଲେ ଓ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆପଣଙ୍କ ସେବା ପାଇଁ କାମ କରିବାକୁ । କିନ୍ତୁ ବ୍ଲକ ପ୍ରଶାସନ କିମ୍ବା ଅନ୍ୟ ପ୍ରଶାସନ ତାଙ୍କର କଥାକୁ କେହି ଶୁଣୁ ନଥିବାରୁ ଆଜି ବେଲପଡା ବିଡିଓଙ୍କୁ ସାକ୍ଷାତ କରିବା ସହ ଦରଖାସ୍ତ ଦେଇଛନ୍ତି ।

Leave A Reply

Your email address will not be published.