jayashree

ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ : ଶେଷରେ ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତାହାତୀ

ନରସିଂହପୁର : ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍‌ଓ । ସୂଚନା ଅନୁସାରେ ଆଜିକୁ ୬ ଦିନ ତଳେ ନରସିଂହପୁର ପଶ୍ଚିମ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଗୁଳି ବିଦ୍ଧ ହାତୀଟି ଘୁରି ବୁଲୁଥିଲା । ମଝିରେ ମଝିରେ ଚିତ୍କାର କରୁଥିଲା । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ହାତୀକୁ ଟ୍ରାକ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ମାତ୍ର ସମ୍ଭବପର ହୋଇଥିଲା । ତେବେ ଗୁରୁବାର ହାତୀଟି ବାରସିଙ୍ଗା ଜଙ୍ଗଲରେ ଥିବା ଜାଣିବାକୁ ପାଇଥିଲା । ପରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲା । ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ହାତୀକୁ ଚିକିତ୍ସା କରାଯାଇଥିଲା । ଆଜି ସକାଳେ ହାତୀ କଦଳୀ ଓ ସେଓ ଖାଇଥିଲା । ପରେ କିନ୍ତୁ କୌଣସି ଖାଦ୍ୟ ଗ୍ରହଣ କରିନଥିଲା । ଚିକିତ୍ସା କରୁଥିବା ନରସିଂହପୁର ପ୍ରାଣୀ ଚିକିତ୍ସକ ହାତୀକୁ ସାଲାଇନ୍‌ ଦେଇଥିଲେ । ଶେଷରେ ଆଖି ବୁଜିଥିଲା ଦନ୍ତାହାତୀ ।

Leave A Reply

Your email address will not be published.