
ଆଠଗଡ଼ : ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା । ତାଙ୍କ ନାମ ଟୁବୁର ହନକା(୬୫) । ଖବର ପାଇ ଖୁଣ୍ଟୁଣୀ ପୁଲିସ ଏବଂ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଜାରି କରିଛନ୍ତି ।