jayashree

ଢେଙ୍କିକୋଟରେ ଦନ୍ତା

ପାଟଣା : ଗତ ୩/୪ ଦିନ ହେଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଛି ଏକ ଦନ୍ତା ହାତୀ । ଗତ ସୋମବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଅଞ୍ଚଳକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ବାଣ ଫୁଟାଇ ହାତୀ ପଲକୁ ଘଉଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ସାନ ମସିଣାବିଲା ଜଙ୍ଗଲରେ ଏହି ହାତୀଟି ଥିବା ଢେଙ୍କିକୋଟ ବନପାଳ ଚିତ୍ତରଞ୍ଜନ ପରିଡା ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଢେଙ୍କିକୋଟ ବଜାର ଅଞ୍ଚଳରେ ଘର କରି ରହୁଥିବା ମୁରଲୀଧର ସାହୁଙ୍କ ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ହାତୀକୁ ଘଉଡ଼ାଇ ଦିଆଯାଇଥିଲା । ଏହି ହାତୀଟି ୪ ଦିନ ମଧ୍ୟରେ ସାନ ମସିଣାବିଲା ଛକ ଢ଼ାବା ପଛପଟେ ଗୋଟିଏ ଘରକୁ ୨ ଥର ଭାଙ୍ଗି ଦେଇଥିବାବେଳେ ସାନବରବେଡାରେ ମଧ୍ୟ ଗୋଟିଏ ଦୋକାନ ଭାଙ୍ଗି ଦେଇଛି । ସେହିପରି ମୀନା ମୁଣ୍ଡାଙ୍କ ଘର ମଧ୍ୟ ହାତୀ ଆକ୍ରମଣରେ ଆଂଶିକ ଭାଙ୍ଗିଥିବାବେଳେ ପଞ୍ଚାନନ ମୁଣ୍ଡାଙ୍କ ଘର ଭାଙ୍ଗି ହାତୀଟି ଧାନ ଓ ଚାଉଳ ଖାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.