oom

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ଗୃପ ତରଫରୁ ଶାରଦୀୟ ପୂଜା ଅବସରରେ ଝିରପାଣି ଜଗନ୍ନାଥ ମନ୍ଦିର ପରିସରରେ ଦାଣ୍ଡିଆନୃତ୍ୟ ଆୟୋଜନ କରାଯାଇଥିଲା । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃପର ସଦସ୍ୟ ଓ ଅନ୍ୟମାନଙ୍କୁ ନେଇ ଦାଣ୍ଡିଆନୃତ୍ୟ ସହ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦାଣ୍ଡିଆନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଭକ୍ତ କରାଯାଇ ଭଲ ନୃତ୍ୟ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ମୋହନ କୁମାର ମହାନ୍ତିଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅଶୋକ କକ୍କଡ, ଅଞ୍ଜୁ କକ୍କଡ, ପୁଟୁଲ ସାହୁ ଓ ପରଭେଜ ଅରୋରା ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା ବେହେରା, ରୀତା ସାମଲ, ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି, ଅସ୍ମିତା ମହାନ୍ତି, ସୁଚିସ୍ମିତା ପଣ୍ଡା, ନିତାଞ୍ଜଳି ପରିଡା, ରୀନାରାଣୀ ସାହୁ, ଶୁଭସ୍ମିତା ମହାନ୍ତି, ରାହୁଲ ମହାନ୍ତି, ବିଶ୍ୱଜିତ ରାଉତ, ମନୋରମା ଧଳ, ବନଜା ବିଶ୍ୱାଳ, ବିଶାଖା ମହାନ୍ତି, ମମତା ନାୟକ, ଅଂଶୁପା ଦଳେଇ, ସଂଯୁକ୍ତା ପ୍ରହରାଜ, ସୁଷମା ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଭାଗ ନେଇଥିବା ବେଳେ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.