csstore

ଅଣ୍ଡା ଗ୍ରାମରେ ଆର‌ମ୍ଭ ହେଲା ଦଣ୍ଡ ଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା ପଛକୁ ହଳଦିଆପଡ଼ା ଗ୍ରାମର ଆରାଧ୍ୟା ଠାକୁର ଶ୍ରୀ ବାଲୁଙ୍କେଶ୍ୱର ଦେବ, ଅଁଳାଯୋଡ଼ି ଗ୍ରାମରେ ଗ୍ର।ମେଶ୍ୱର ଦେବ, ଦେଉଳିଟାଙ୍ଗୀ ଗ୍ରାମର ସୋମନାଥ ଦେବ, ଢୋଲ ପାଟଣା ଗ୍ରାମର ମଣିମା ଭଗବାନ ଥିଲେ, ସମସ୍ତ ଠାକୁର ସର୍ବ ପ୍ରଥମେ ବରଣି ନିମନ୍ତ୍ରଣ କରାଗଲା, ତା ପରେ ସମସ୍ତ। ଗ୍ରାମରେ ଦଣ୍ଡୁଆ ମାନେ ଠାକୁରଙ୍କୁ ନେଇ ଗ୍ରାମ୍ ପରିଭ୍ରମଣ କରାଯାଇଥିଲା । ପରିକ୍ରମା କରି ସାରୀ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରାଗଲା । ଏହା ପରେ ସବୁ ଗ୍ରାମ ଦଣ୍ଡୁଆ ଭାଇମାନେ ନିଜ ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତ ଠାକୁରଙ୍କୁ ନେଇ ମେଲଣ କରାଯାଇଥିଲା, ଗ୍ରାମ କମିଟି ପକ୍ଷରୁ କୋରାନ। କଟକଣା ମଧ୍ୟରେ ଅଳ୍ପ ସଂଖ୍ୟାଙ୍କ ୫୦ରୁ ୬୦ ଲୋକଙ୍କୁ ନେଇ ଦଣ୍ଡଯାତ୍ରା କରାଯାଇଥିଲା ।

jayashree
Leave A Reply

Your email address will not be published.