oom

ହରିରାଜପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ହୀରାଲାଲ ଶର୍ମା ଏକ ଆମ୍ବୁଲାନ୍ସ ଦାନ କଲେ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ଗ୍ରାମର ହୀରାଲାଲ ଶର୍ମା ତାଙ୍କ ପିତା ମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ହରିରାଜପୁର ଗ୍ରାମ ପଞ୍ଚାୟତର ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀସେବା ପାଇଁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ହରିରାଜପୁର ମେଳଣ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓଡିଶା ସରକାରଙ୍କ ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ବିଧାୟକ ରୁଦ୍ରପ୍ରତାପ ମହାରଥୀ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ୧୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ସ୍ଥାନୀୟ ସରପଞ୍ଚ ରୀନାରାଣୀ ରାଉତରାୟ, ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପଞ୍ଚାୟତବାସୀ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.