oom

ଖପ୍ରାଖୋଲରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳୀୟ କର୍ମୀଙ୍କ ଭବ୍ୟ ସ୍ୱାଗତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୋମବାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଅଞ୍ଚଳ ବିଜୁ ଜନତା ଦଳର ଦଳୀୟ କର୍ମୀମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ କର୍ମୀମାନେ ଏକତ୍ରିତ ହୋଇ ସୁରେନ୍ଦ୍ର ସିଂ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଏକ ଖୋଲା ଗାଡ଼ିରେ ରୋଡ୍‌ ସୋ କରାଇଥିବା ବେଳେ ମୋଟର ସାଇକେଲ ଶୋଭାଯାତ୍ରରେ ଖପ୍ରାଖୋଲ ମୁଖ୍ୟ ରାସ୍ତା ବୁଲାଇଥିଲେ । ପାଟଣାଗଡ଼ ହେଉଛି ବିଜେଡିର ଗଡ, ଏଠାରେ ଦଳ ବହୁତ ସୁଦୃଢ ରହିଛି, ଆଗାମୀ ଦିନରେ ଦଳକୁ ଆହୁରୀ ସଂଗଠିତ କରିବା ନିମନ୍ତେ ସମସ୍ତେ ଏକ ହୋଇ କାମ କରିବାକୁ ପଡିବ । ଏହା ସହିତ ନିଜ ନିଜ ଭିତରେ ମନୋମାଳିନ୍ୟ ହୋଇ ଯାହା ସବୁ ଭୁଲ ହୋଇଛି, ତାହାକୁ ଭୁଲି ଯାଇ ଆଗାମୀ ନିର୍ବାଚନରେ ସମସ୍ତେ ଏକାଠି ହୋଇ ଠିଆ ହେବେ । ଏଠାରେ ମୁଖ୍ୟମନ୍ତ୍ରୀ ବିଧାୟକ ଭାବେ ସରୋଜ କୁମାର ମେହେରଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ସେଥିପାଇଁ ସମସ୍ତେ ଏକ ହୋଇ ବିଜେଡିକୁ ପୁଣି ଥରେ ଶାସନକୁ ଆଣିବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀଙ୍କୁ ରେକର୍ଡ ସଂଖ୍ୟକ ଭୋଟ୍‌ରେ ବିଜୟୀ କରାଇଲେ ତାହା ହିଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ଉପହାର ହେବ ବୋଲି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ବୈଠକରେ ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ପାଟଣାଗଡ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ରମେଶ ପଧାନ, ସତ୍ୟନାରାୟଣ ମେହେର, ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ପବିତ୍ର ପଟେଲ, ବଂଶୀ ବେହେରା, ସୁଶୀଲ ପଧାନ, ଇନ୍ଦ୍ରମଣି ସାହୁ, ଟୁଲୁ ପ୍ରଧାନ, ବିକାଶ ଦାଶ, ରମେଶ ପାଢ଼ୀ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.