jayashree

କରୁଆଁଝର ପଞ୍ଚାୟତ ସରପଞ୍ଚଙ୍କ ସହ ୯୮ ଜଣ ବିଜେପି କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତର ସରପଞ୍ଚ, ନାଏକ ସରପଞ୍ଚ, ୱ।ର୍ଡମେମ୍ବରଙ୍କ ସହ ୯୮ ଜଣ ଯୁବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିବା ନେଇ ନୂତନ ଭାବେ ଦଳରରେ ସାମିଲ ହୋଇଥିବା କର୍ମୀମାନେ ପ୍ରକାଶ କରିଛନ୍ତି । ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ସାହିତ କରିଥିବା ସହ ବିଜେଡି ଦଳୀୟ ଶଙ୍ଖ ଚିହ୍ନ ରହିଥିବା ଚାଦର ଅପର୍ଣ ସହ ସ୍ଵାଗତ କରିଥିଲେ ବିଧାୟକ ସରୋଜ କୁମାର ମେହେର । ଆଜିର ଏହି ମିଶ୍ରଣ ପର୍ବରେ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.