ls

ଡକାୟତ‌ଙ୍କ ଡକାୟତି ଉଦ୍ୟମ ପ‌ଣ୍ଡ

sb

ଖୋର୍ଦ୍ଧା : ଡକାୟତ‌ଙ୍କ ଡକାୟତି ଉଦ୍ୟମ ପ‌ଣ୍ଡ । ଖୋର୍ଦ୍ଧା ଜିଲ୍ଲା ଧଉଳୀମୁହଁ ରେଲୱେ ଲେବଲ କ୍ରସିଂ ଜାତୀୟ ରାଜପଥରେ ଡାକୟତି କରିବା ପାଇଁ ୪ଜଣ ଡକାୟତ ଯୋଜନା କରୁଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଏହି ୪ ଡକାୟତମାନଙ୍କୁ ଗିରଫ କରିଛି । ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଜଣଙ୍କ ଘରେ ପଶି ଡକାୟତି, ଜଙ୍କିଆ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ ଘଟଣାରେ ମଧ୍ୟ ଏମାନଙ୍କ ସଂପୃକ୍ତି ଥିବା ପୁଲିସ କହିଛି । ଡକାୟତ ମାନଙ୍କ ଠାରୁ ପୋଲିସ ୮ଟି ବୋମା, ୪ଟି ବାଇକ, ଲଙ୍କାଗୁଣ୍ଡ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଦୋଉଳଟାଙ୍ଗିର ସୁନିଲ ପ୍ରଧାନ, ଜଟଣୀର ଅନିଲ ସାହୁ, ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓ ବାରଘରପାଟଣାର ଶିବ ସୁନ୍ଦର ଦାଶ । ଏହି ଡକାୟତମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.