କାର୍‌-ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଫୁଲବାଣୀ : ଫୁଲବାଣୀ ସହର ଉପକଣ୍ଠ ତିଲକପଡାଠାରେ କାର୍‌-ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ୩ ଜଣ ଗୁରୁତର । ଗୁରୁତରମାନେ ଖଜୁରୀପଡା ଥାନା ଆର୍‌ ନୂଆଗାଁ ପଞ୍ଚାୟତ କଦଳୀମୁଣ୍ଡାର ବୀରେନ୍ଦ୍ର ପ୍ରଧାନ, କଡପାସାହିର ସୋପିନ୍ଦ୍ର କହଁର ଓ ଦାମୋଦର କହଁର ବୋଲି ଜଣାପଡିଛି । ସୂଚନା ଅସୁସାରେ, ୩ ଜଣ ବାଇକ୍‌ରେ ଫୁଲବାଣୀରୁ ବିଶିପଡା ଋକ ଆଡକୁ ବାଇକ୍ ଯୋଗେ ଯାଉଥିବାବେଳେ ବୀପରିତ ଦିଗରୁ ଏକ କାର୍ ଆସୁଥିଲେ । ଏହି ସମୟରେ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର୍‌ଟି ନିକଟରେ ଥିବା ଏକ ଢାବା ଭିତରକୁ ପଶି ଯାଇଥିଲା । ୩ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସଦର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.