centurian jitm

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସୁବର୍ଣ୍ଣପୁରଠାରେ “ବିଶ୍ୱ ଯୁବ ଦକ୍ଷତା ଦିବସ” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅର୍ଜୁନ ଟୁଡୁ, RSETIର ନିର୍ଦ୍ଦେଶକ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁ ସଭା ପରିଚାଳନା କରିଥିଲେ । ସକାଳ ୧୦ ଘଟିକା ସମୟରେ ଏକ ରୋଡ ସୋର ଆୟୋଜନ ହୋଇଥିଲା ଏଥିରେ ମହାରାଜା ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୋନପୁରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ । ବିଶ୍ୱ ଯୁବ ଦକ୍ଷତା ଉପଲକ୍ଷେ ପ୍ରବନ୍ଧ, ବକ୍ତୃତା, ତର୍କ ଏବଂ କୁଇଜ୍ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ସଞ୍ଜୁ କୁମାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.