ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବରଗଡ଼, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନ୍‌ଏସି ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ନାମାଙ୍କନରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଇପିକଲ ନିଗମ ଅଧ୍ୟକ୍ଷ ପ୍ରଭାତ୍ୟ ଆଦିତ୍ୟ ମିଶ୍ର, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ ଥିଲେ । ଅଧ୍ୟକ୍ଷ ପଦ ସହ ସମସ୍ତ ୧୨ ଗୋଟି ୱାର୍ଡ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

Leave A Reply

Your email address will not be published.