ବିଜେପି ପାର୍ଟି ପକ୍ଷରୁ ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ନିର୍ମଳ କୁମାର ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ

ରାଉରକେଲା : ଭାରତୀୟ ଜବାନ କିଷାନ ପାର୍ଟର ରାଉରକେଲା ପ୍ରାର୍ଥୀ ଅବସର ପ୍ରାପ୍ତ ଜବାନ ନିର୍ମଳ କୁମାର ଦାସ ତାଙ୍କର ବିଜେପି ପରିବାର ସହିତ ବିଧାୟକ ପ୍ରାର୍ଥୀପତ୍ର ଉପଜିଲ୍ଲାପାଳ, ପାନପୋଷ କାର୍ଯ୍ୟାଳୟରେ ଦାଖଳ କରିଛନ୍ତି । ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ, ଅବସର ପ୍ରାପ୍ତ ଜବାନ ମନୋରାଞ୍ଜନ ନାୟକ, ରବିନ୍ଦ୍ର ବାରିକ, କାମଦେବ ବଳ, ପ୍ରକାଶ ପରିଜା, ମହିଳା ମୋର୍ଚ୍ଚା ତରଫରୁ ଲକ୍ଷ୍ମୀପ୍ରିୟା ବେହେରା, ଅଭି ତନ୍ତି, ଅନନ୍ତ ତନ୍ତି ତଥା ତେଜସ୍ୱନି ତନ୍ତି ପ୍ରସ୍ତାବକ ଭାବେ ରହିଥିଲେ । ନରୋତମ ସାମଲ, ପୱନ କୁମାର ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ରହି ଏହି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଅଶ୍ୱିନି କୁମାର ଦାସ ଆଗକୁ ଏହି ନିର୍ବାଚନୀ ଗଣପର୍ବକୁ ଆଗୋଇ ନେବେ । ଅବସର ପ୍ରାପ୍ତ ଜବାନ ଚକ୍ରାନ୍ତ ଜେନା ଘର କୁ ଘର ବୁଲି ନିର୍ମଳ କୁମାର ଦାସଙ୍କ ବାର୍ତାକୁ ପଂହଚାଇବେ ବୋଲି କହିଥିଲେ ।

Leave A Reply

Your email address will not be published.