oom

ସମରେନ୍ଦ୍ର ଦାଖଲ କଲେ ପ୍ରାର୍ଥୀପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଆଜି ବଲାଙ୍ଗିର ସହର ଭିତରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ପିଆର୍‌ ହାଇସ୍କୁଲ ଷ୍ଟାଡ଼ିଅମ୍‌ ନିକଟରେ ଥିବା ଜାତିର ପିତା ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ତାଙ୍କ ପିତା ପଶ୍ଚିମ ଓଡ଼ିଶାର ବଳିଷ୍ଠ ତଥା ବରିଷ୍ଠ ରାଜନେତା ନରସିଂହ ମିଶ୍ରଙ୍କ ସହ ଏକ ବିଶାଳ ରାଲିରେ ବାହାରି ବଲାଙ୍ଗିର ଉପଜିଲ୍ଲାପାଳଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଗାଁ ଗାଁରୁ ସମର୍ଥକ ଶୁଭେଚ୍ଛୁମାନେ ହଜାର ହଜାର ସଂଖ୍ୟାରେ ଆସି ଶୋଭାଯାତ୍ରାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସର ଏହି ବିଶାଳ ଶୋଭଯାତ୍ରା ବଲାଙ୍ଗିରବାସୀଙ୍କୁ ଗୋଟିଏ ପ୍ରକାର ତାଜୁବ୍‌ କରି ପକାଇଛି । ଏପରିକି କୌଣସି ପ୍ରାର୍ଥୀଙ୍କ ନୋମିନେସନ୍‌ ବେଳେ ଏତେ ବିଶାଳ ଶୋଭାଯାତ୍ରା ବଲାଙ୍ଗିରରେ କେବେ ଦେଖିବାକୁ ମିଳି ନଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ନୋମିନେସନ୍‌ ବେଳେ ଯଦି ଏତେ ସାଥୀ, ସମର୍ଥକ, ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଛି, ତେବେ ନିର୍ବାଚନର ଫଳାଫଳକୁ ଅନୁମାନ କରି ବିରୋଧୀଙ୍କ ଶିବିରରେ ଭାଲେଣି ପଡ଼ିଯାଉଛି ବୋଲି କଂଗ୍ରେସ କର୍ମୀମାନେ ଆଲୋଚନା କରୁଛନ୍ତି ।

jittmm
Leave A Reply

Your email address will not be published.