ବରଗଡ, (ନିରୋଜ କୁମାର ପାଣୀ) : ପ୍ରଭୁ ନୃସିଂହନାଥ, ମା’ ସମଲେଶ୍ଵରୀ ଓ ମା’ ବିନ୍ଧ୍ୟବାସିନୀଙ୍କ ଆଶିର୍ବାଦ ନେଇ ବାହାରିବା ପରେ ତଥା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କ ଆଶୀର୍ବାଦ, ସ୍ନେହ ଓ ଜନସାଧାରଣଙ୍କ ଭଲପାଇବାକୁ ଆଧାର କରି ଆଜି ବରଗଡ଼ ଲୋକସଭା କ୍ଷେତ୍ରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ନାମାଙ୍କନପତ୍ର ବରଗଡ଼ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଠାରେ ସମୟ ପାଖାପାଖି ଦିନ ୧୨ଟାରେ ଦାଖଲ କରିଥିଲେ । ଶ୍ରୀ ପୁରୋହିତ ଏହା ପୂର୍ବରୁ ପଦ୍ମପୁର ବିଧାନସଭା ଆସନରୁ ବିଜୟ ଲାଭ ମଧ୍ୟ କରିଥିଲେ । ଶ୍ରୀ ପୁରୋହିତ ଏକ ମିଷ୍ଠ ଭାଷୀ, ମେଳାପି, ଜନସାଧାରଣଙ୍କ ସୁଖଦୁଃଖର ସାଥୀ ଏବଂ ଅଞ୍ଚଳର ଏକ ଦମଦାର ଲଡୁଆ ପ୍ରତିନିଧି ଭାବରେ ଘରେ ଘରେ ପରିଚିତ । ସେ ଏହା ପୂର୍ବରୁ ଅନେକ ଜନ କଲ୍ୟାଣ କାର୍ଯ୍ୟ କରି ଆନ୍ଦୋଳନ ମଧ୍ୟ କରି ସାରିଛନ୍ତି । ପ୍ରଦୀପ ପୁରୋହିତ (କୁନା) ପ୍ରଧାନମନ୍ତ୍ରୀଙ୍କ ବିକାଶର ଧାରାକୁ ଆଗେଇ ନେବା ପାଇଁ ଏବଂ ବରଗଡ଼ ଲୋକସଭା କ୍ଷେତ୍ରକୁ ଏକ ସମୃଦ୍ଧ ଭାବେ ଗଠନ କରିବା ଦିଗରେ ବରଗଡ଼ ଲୋକସଭା ଅଞ୍ଚଳର ଜନସାଧାରଣଙ୍କର ସହଯୋଗ ଲୋଡ଼ିବା ସହ ‘ପଦ୍ମଫୁଲ’ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ସେ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଜି ଏହି ନାମାଙ୍କନ ପର୍ବରେ ବରଗଡ଼ ଲୋକସଭା କ୍ଷେତ୍ରର ଦଶହଜାରରୁ ଅଧିକ ଜନସାଧାରଣ ତାଙ୍କ ସହିତ ଉପସ୍ଥିତ ରହି ତାଙ୍କୁ ଆଶିର୍ବାଦ ଦେବା ସହିତ ନିଜ ନିଜର ସମର୍ଥନ ଜଣାଇ ଥିଲେ
Prev Post
Next Post