ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗୁରୁବାର ରାତିରେ ଦୁର୍ବୃତ୍ତମାନଙ୍କ ଦ୍ଵାରା ଡକାୟତି ଉଦ୍ୟମ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଛି । ଖବର ପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, କେସିଙ୍ଗା ଏସ୍‌ଡ଼ିପିଓ ଅଭିନବ ଶୌନକରଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ବ୍ୟାଙ୍କରେ ଚୋରି ଉଦ୍ୟମ ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରି ବିଫଳ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଏନେଇ ବ୍ୟାଙ୍କ ମେନେଜର ନାରାୟଣ ସାହୁଙ୍କୁ ପଚାରିବାରୁ ଆଜି ସକାଳ ଭୋର ପାଞ୍ଚ ଟା ସମୟରେ ବ୍ୟାଙ୍କର ସାମନା ଗେଟ ଖୋଲା ଥିବା ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସକୁ ସୂଚନା ଦେଇଥିଲି । ତେବେ ଦୁର୍ବୁତ୍ତ ମାନେ ଡକାୟତି ଉଦ୍ୟମ କରିଥିଲେ ହେଁ କିଛି ନେଇ ପାରି ନାହାନ୍ତି ବୋଲି କହିଛନ୍ତି । ଏନେଇ ବ୍ୟାଙ୍କ ମେନେଜରଙ୍କ ଏତଲାକୁ ଭିତ୍ତି କରି ମ ରାମପୁର ଥାନାରେ କେସ ନଂ ୯୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!