centurian jitm

ବନ୍ଧୁକମୁନରେ ଫଟୋଗ୍ରାଫରଙ୍କଠାରୁ ଡକାୟତି ଅଭିଯୋଗ

  • ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ତଥା ତୁଷୁରା ଥାନା ଅନ୍ତର୍ଗତ ପର୍ୟ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀକୁ ଫଟୋସୁଟ ପାଇଁ ଯାଇଥିବା ସମୟରେ ଟିଟିଲାଗଡ଼ ସହରର ଏକ ଫଟୋ ଷ୍ଟୁଡିଓ ମାଲିକ ଶୁଶାନ୍ତ ଶେଖର ହୋତା ଓ ତାଙ୍କ ଦୁଇ ସହଯୋଗୀ ରାହୁଲ ଜୁଆଡ, ସୁନୀଲ ଭୋଇ ମଙ୍ଗଲବାର ଭୀମପାହାଡ଼କୁ ସୁଟିଂ ପାଇଁ ଯାଉଥିଲେ । ହେଲେ ସେମାନଙ୍କର ଯିବା ରାସ୍ତାରେ ୪ ଜଣ ମୁଖାପିନ୍ଧା ଡକାୟତ ରୁଗୁଡ଼ିପାଲି ଗାଁ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟ କରିଥିଲେ । ୨ଟି ଦାମୀ କ୍ୟାମେରା ସହ କ୍ୟାମେରାରେ ଲାଗୁଥିବା ଅନ୍ୟାନ୍ୟ ଯନ୍ତ୍ରପାତି ବି ନେଇଯାଇଥିବା ଅଭିଯୋଗ ହୋଇଛି । ଲୁଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ଷ୍ଟୁଡିଓ ମାଲିକ କହିଛନ୍ତି । ଲୁଟ୍‌ ନେଇ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.