ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅର୍ନ୍ତଗତ ବନ୍ଧପଡ଼ା-ଅର୍ନ୍ତଲା ରାସ୍ତାରେ କିଛି ଦିନ ତଳେ ହୋଇଥିବା ଡ଼କାୟତି ଘଟଣାରେ ଦେଓଗାଁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୬ଟି ମୋବାଇଲ ସହ ୨ଟି ବାଇକକୁ ଜବତ କରିଥିବା ଦେଓଗାଁ ଆଇଆଇସି ବାମଦେବ ଶଙ୍ଖୁଆଳ ସୂଚନା ଦେଇଛନ୍ତି । ପୁଲିସ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ, ଗତ ୧୫ ତାରିଖ ସଂନ୍ଧ୍ୟା ୭ଟା ସମୟରେ ପୁଇଁନ୍ତଲା ଥାନା ବହଲପଦର ଗାଁର ବ୍ୟାସଦେବ ଷାଣ୍ଢ ବଲାଙ୍ଗିର ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା କାଢ଼ିବା ପାଇଁ ଆସିଥିଲେ । ବ୍ୟାଙ୍କରୁ କାଢ଼ିଥିବା ନଗଦ ୨୦ହଜାର ଟଙ୍କା ଓ ୭୦ହଜାରର ଚ୍ୟାକ୍ ଉଠାଣ ଟଙ୍କା ମୋଟ ୯୦ହଜାର ଟଙ୍କା ଧରି ନିଜ ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ ବନ୍ଧପଡ଼ା ଫାଣ୍ଡି ଅଧିନସ୍ଥ ଅର୍ନ୍ତଲା ରାସ୍ତାରେ ଲୁଟର ଶିକାର ହୋଇଥିବା ନେଇ ଦେଓଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଦେଓଗାଁ ପୁଲିସ ତଦନ୍ତ କରିବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳରେ ଗିରଫ କରି ସଂନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଇନ୍ଦିରା ନଗରର ଗରିବ ପାଣ୍ଡେ, ଇଚ୍ଛାପଡ଼ାର ଆକାଶ ଷାଣ୍ଢ, ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଢି ସଂନ୍ଦିଜୋର ଗାଁର କାହ୍ନା ବଗର୍ତ୍ତୀ, ଡ଼ୁମେରଜୋର ଗାଁର ସୁରେନ୍ଦ୍ର କୁଅଁରକୁ ଗିରଫ କରିଥିବା ବେଳେ ଏମାନଙ୍କ ନିକଟରୁ ଟିଭିଏସ୍ ଆପାଚି (ଓଡ଼ି୨୬ଏ ୨୪୪୪) ଓ ବଜାଜ୍ ପଲସର୍ (ଓଡ଼ି ୦୩ଟି ୭୫୧୪), ୬ଟି ମୋବାଇଲ, ୨ ହଜାର ୭୭୦ଟଙ୍କା ସହ କିଛି ଲୁଟପାଟରେ ବ୍ୟବହୃତ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । ଦେଓଗାଁ ଥାନା କେସ୍ ନଂ ୧୮୯/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ତଦନ୍ତ ଦାୟିତ୍ୱ ନେଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନଙ୍କୁ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି ।