କାମାକ୍ଷାନଗର : ପୋଲିସ ଅପରେସନରେ ସକ୍ସେସ୍ । ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ୧୩ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୨ ଜଣ ଚକ୍ମା ଦେଇ ଫେରାର ହୋଇଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ରୋଡ ଗାଁ ପାଖ ବ୍ରାହ୍ମଣୀ ନଦୀ କୂଳରେ ବସି ଡକାୟତି ଯୋଜନା କରୁଥିଲେ ୧୫ ଜଣ ଡକାୟତ । ଖବର ପାଇ ଅଚାନକ ଚଢାଉ କରିଥିଲା ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ପୋଲିସର ଏକ ତ୍ୱତନ୍ତ୍ର ଟିମଙ୍କୁ ଦେଖି ଯିଏ ଯୁଆଡେ ଦୌଡିଥିଲେ । ତେବେ ୧୩ ଜଣଙ୍କୁ ପୋଲିସ କାବୁ କରିଥିବାବେଳେ ୨ ଜଣ ଖସିଯାଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର । ସେମାନଙ୍କ ଠାରୁ ୧୫ଟି ମୋବାଇଲ ଫୋନ୍, ୫ଟି ଅଫୁଟା ବୋମା, ୩ଟି କଟୁରୀ ,ଗୋଟିଏ କାର, ୪ଟି ବାଇକ, କିଛି ଲଙ୍କା ଗୁଣ୍ଡ ଓ ଦଉଡି ଜବତ ହୋଇଛି ।
Next Post