ସୁବର୍ଣ୍ଣପୁର : ୨୦ ହଜାର ଓ ବାଇକ ଲୁଟ୍ କରି ଏବେ ପୋଲିସ କବ୍ଜାରେ ୩ ଅଭିଯୁକ୍ତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମୃତ୍ତିକା ଜଳ ବିଭାଜିକାର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କ ଠାରୁ ବାଇକ ଓ ୨୦ ହଜାର ଟଙ୍କା ଲୁଟ ଘଟଣାରେ ବୀରମହାରାଜପୁର ପୋଲିସ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ କେଉଁଟିପାଲି ଗ୍ରାମର ମନରଞ୍ଜନ ବେହେରାଙ୍କ ବାଇକ ହରଣାପାଲି ଛକରୁ ଲୁଟ ହୋଇଥିଲା । ସେହିପରି ଉଲୁଣ୍ଡା ବ୍ଲକ ଜଳ ବିଭାଜିକାର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କ ଠାରୁ ମଧ୍ୟ ଅଭିଯୁକ୍ତ ୨୦ ହଜାର ଓ ବାଇକ ଲୁଟ୍ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବୀରମହାରାଜପୁର ପୋଲିସ ଖବର ପାଇ କାବୁ କରିଥିଲା । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶିବ ସରଭଙ୍ଗ ତରଭା ଚରନିପାଲି ନାମରେ ୧୨ଟି କେସ୍ ଅନ୍ୟ ଥାନାରେ ରହିଥିବା ବେଳେ ରଞ୍ଜନ ରାଜହଂସର ନାମରେ ୨୨ଟି କେସ୍ ଥିବା ବେଳେ ସେ ମନୁମୁଣ୍ଡା ଅଂଚଳର ଖଇରମାଲ ରକସାର ବୋଲି ଜଣାପଡିଛି । ସେହିପରି ତରଭା ଅର୍ଡ଼ାର ଜୟକୃଷ୍ଣ ବାରିକର ନାଁରେ ୧୬ଟି କେସ୍ ଥିବା ଜଣାପଡିଛି । ଏହି ଯୁବକ ମାନେ ବୌଦ୍ଧ, କଣ୍ଟାମାଳ, ରେଢ଼ାଖୋଲ, ଅତାବିରା, ବରଗଡ଼ ଜିଲ୍ଲା, ସୁବର୍ଣ୍ଣପୁର ସମେତ ୬ଟି ଜିଲ୍ଲାରେ ଡକାୟତି କରୁଥିଲେ । ଏମାନେ ଘର ସିନ୍ଧି କରି ଚୋରି କରୁ ଥିବା ବୀରମହାରାଜପୁର ଏସ୍ଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି । ତେବେ ବୀରମହାରାଜପୁର ଥାନା ଆଇଆଇସି ଶୋଭାକର ସେଠ, ସୁବଳୟା ଥାନା ଆଇଆଇସି ସୁଶାନ୍ତ ପଧାନ ଉପସ୍ଥିତ ରହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ଅନ୍ୟପଟେ ଧର୍ମଶାଳା ଘଟଣାରେ ୩ ଡକାୟତ ଫେରାର ଥିବା ସୂଚନା ମିଳିଛି ।