ରେଳ ଲାଇନ୍‌ ଦାବି ନେଇ ପାଟଣାଗଡ଼ ବନ୍ଦ ଡାକରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନୂଆପଡା ଭାୟା ପାଟଣାଗଡ଼ ରେଳ ଲାଇନ୍‌ ଦାବି ନେଇ ଆଜି ସିଟିଜେନ୍‌ ଫୋରମ ପକ୍ଷରୁ ପାଟଣାଗଡ଼ରେ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଛନ୍ତି । ଏହି ଦାବି ନେଇ ଅନେକ ଥର ଦାବି ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ, ତେଣୁ ବାଧ୍ୟ ହୋଇ ପାଟଣାଗଡ଼ ସିଟିଜେନ୍‌ ଫୋରମ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି । ତେବେ ଏହି ଆନ୍ଦୋଳନକୁ କୋଶଲ ମୁକ୍ତି ମୋର୍ଚ୍ଚା, ବଢ଼େଇ ଓ ମିସ୍ତ୍ରୀ ସଂଗଠନ ପାଟଣାଗଡ଼, ଏଲ୍‌ଡିଏ ସହ ବିଭିନ୍ନ ସଂଗଠନ ସମର୍ଥନ କରି ଆନ୍ଦୋଳନକୁ ଓଲ୍ଲାଇଛି । ଏହି ବନ୍ଦ ଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆନ୍ଦୋଳନକାରୀ ମାନେ ହରିଶଙ୍କର ରେଳ ଷ୍ଟେସନରେ ମାଳବାହୀ ଟ୍ରେନ ଓ ଦୁର୍ଗ ପୁରୀ ପେସେଞ୍ଜରକୁ ୫ ମିନିଟ୍‌ ଲେଖାଏଁ ଅଟକାଇ ପୁଣି ଛାଡିଦେଇଥିବା ନଜରକୁ ଆସିଛି ।

Leave A Reply

Your email address will not be published.