ନିର୍ବାଚିତ ସରପଞ୍ଚ ପ୍ରାର୍ଥୀଙ୍କ ଦାୟିତ୍ୱ ଗ୍ରହଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଗ୍ରାମପଞ୍ଚାୟତରେ ଗତକାଲି ନିର୍ବାଚିତ ସରପଞ୍ଚ ପ୍ରାର୍ଥୀଙ୍କ ଦାୟିତ୍ଵ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିର୍ବାଚିତ ସରପଞ୍ଚ ଜଳନ୍ଧର ମହାକୁଡ଼ ସରପଞ୍ଚ ପଦବି ରେ ଜୟଯୁକ୍ତ ହୋଇ ସରପଞ୍ଚ ପଦବିରେ ଦାୟୀତ୍ବ ଗ୍ରହଣ କରିଛନ୍ତି । ସେ ଜଣେ ହାଇସ୍କୁଲ ଶିକ୍ଷକ ଥିଲେ ଅଞ୍ଚଳର ବିକାଶ ନିମନ୍ତେ ଏବଂ ଜନ ସାଧାରଣଙ୍କ ସେବା କରିବା ଉଦ୍ଦେଶ୍ୟରେ ତାଙ୍କ ଶିକ୍ଷକତାକୁ ଛାଡି ସରପଞ୍ଚ ପଦବିରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ବୈଠକରେ ନିର୍ବାଚିତ ମହାକୁଡ଼ଙ୍କ ସଭାପତିତ୍ବରେ ପିଇଓ ଦେବରାଜ ତାଣ୍ଡି ନିର୍ବାଚିତ ସରପଞ୍ଚଙ୍କୁ ଫୁଲଗୁଚ୍ଛ ଦେଇ ଓ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଜଣାଇ ସଭା ଆରମ୍ଭ କରିଥିଲେ । ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମଗୁଡିକର ବିକାଶ କେମିତି କରାଯିବ ତାହା ସବୁ ଆଲୋଚନା ଆରମ୍ଭ କରିଥିଲେ । ଏହା ସମ୍ମେତ ନାଏବ ସରପଞ୍ଚ, ନିର୍ବାଚିତ ୱାର୍ଡ ମେମ୍ବର ସଦସ୍ୟ ସଦସ୍ୟା ଓ ଜିଆର୍ ଏସ୍ ପ୍ରଦୀପ ପ୍ରଧାନ ଉପସ୍ଥିତ କ୍ରମେ ସରପଞ୍ଚ ମହାକୁଡ଼ ସମସ୍ତ ନିର୍ବାଚିତ ସଦସ୍ୟ ସଦସ୍ୟା ମାନଙ୍କୁ ବୁଝାଇ କହିଥିଲେ ଯେ, ଆମେ ସମସ୍ତେ ଏକତ୍ରିତ ହୋଇ ଆମ ପଞ୍ଚାୟତର ବିକାଶ କରିବା, ଦୁର୍ନୀତିରୁ ବଞ୍ଚିତ କରିବା ଏହା ଆମର ଧର୍ମ । ଏହା ସହିତ କେଉଁ ଗାଁରେ କ’ଣ କ’ଣ ଅସୁବିଧା ମୂଳକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ତାହା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.